ସମର୍ପଣ ୨୦୧୬ , ପଣ୍ଡିତ ଗାୟକ ଶିକ୍ଷକ ସ୍ୱର୍ଗତ ଗୋପୀନାଥ ମିଶ୍ରଙ୍କ ୧୭ ତମ ବାର୍ଷିକ ସ୍ମୃତି ଉତ୍ସବ
ଘଂଟେଶ୍ୱର ଅଂଚଳ ର ଅଗ୍ରଣୀ ସାଂସ୍କୃତିକ ଏବଂ ସମାଜ ସେବି ସଂଗଠନ ପଣ୍ଡିତ ଗୋପୀନାଥ ମିଶ୍ର ଫାଉଂଡେସନର ୧୭ ତମ ବାର୍ଷିକ ଉତ୍ସବ ଏବଂ ଜୀବନ ବ୍ୟାପି ସାଧନା ପୁରସ୍କାର ଉତ୍ସବ ଘଂଟେଶ୍ୱର ମହିମାମଣୀ ମନ୍ଦିର ପରିସର ରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଯାଇଛି ! ପ୍ରଥମ ଦିନ କାର୍ଯ୍ୟକ୍ରମ ରେ ଓଡ଼ିଆ ସାହିତ୍ୟ ଏକାଡେମୀ ର ସଦସ୍ୟ ଇଂଜିନିୟର ଅଭୟ ସୁଟରଙ୍କ ପୌରାହିତ୍ୟ ରେ ମୁଖ୍ୟ ବକ୍ତା ଅପର୍ତି ଚରଣ ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ସାହିତ୍ୟ ଶିକ୍ଷକ ଶ୍ରୀ ନୃସିଂହ ଚରଣ ମିଶ୍ର, ଘଂଟେଶ୍ୱର କନିଷ୍ଠ ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀ ଗୋପାଳ ପ୍ରସାଦ ମହାପାତ୍ର , ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଭକ୍ତହରି ଦାସ , ଘଂଟେଶ୍ୱର କନିଷ୍ଠ ମହାବିଦ୍ୟାଳୟ ର ଓଡ଼ିଆ ବିଭାଗ ଅଧ୍ୟାପିକା ସୁଶ୍ରୀ ସଂଯୁକ୍ତ ଭାରତୀ , ଗୋପୀନାଥପୁର ପଂଚାୟତ ର ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଖଗେଶ୍ୱର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ! ପଣ୍ଡିତ ଗୋପୀନାଥ ମିଶ୍ର ଫାଉଂଡେସନ ର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମିଶ୍ର ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ! ଫାଉଂଡେସନ ର ସଭ୍ୟ ଶ୍ରୀ ଦେବପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ! ମାଟ୍ରିକ ପରୀକ୍ଷା ରେ ଉଚ୍ଚ ବିଦ୍ୟାଳୟ ଗୁଡିକ ରୁ ସର୍ବାଧିକ ଅଙ୍କ ରଖି ଉତୀର୍ଣ୍ଣ ହୋଇଥିବା ଅପର୍ତି ଚରଣ ଉଚ୍ଚ ବିଦ୍ୟାଳୟ ର ଶ୍ରୀମାନ ଅନୁରାଗ କର , ସିଦ୍ଧେଶ୍ୱର ବାଳିକା ଉଚ୍ଚ ବିଦ୍ୟାଳୟ ର କୁମାରୀ ଅଭିଲିପ୍ସ ନାଏକ ଓ କୁମାରୀ ମମତା ସାମଲ , ବି ବି ସି ବିଦ୍ୟାପୀଠ ର ଶ୍ରୀମାନ ସତ୍ୟଜିତ ବେହେରା , ବି ଏସ ସି ହାଇସ୍କୁଲ ର ଶ୍ରୀମାନ ହିତେଶ କୁମାର ନାଏକ ଙ୍କୁ ପୁରସ୍କାର ପ୍ରଦାନ କର ଯାଇଥିଲା ! ଦ୍ଵିତୀୟ ଦିବସ କାର୍ଯ୍ୟକ୍ରମ ରେ ପଣ୍ଡିତ ଗୋପୀନାଥ ମିଶ୍ର ଫାଉଂଡେସନ ର ଅଧ୍ୟକ୍ଷ ଶ୍ରୀ ଦେବାଶିଷ ମିଶ୍ର ଙ୍କ ପୌରହିତ୍ୟ ରେ ପରିବ୍ରାଜକ ସନ୍ଥ ଶ୍ରୀ ପୂର୍ଣଚନ୍ଦ୍ର ଦାସ ମହାରାଜ ମୁଖ୍ୟ ଅତିଥି , ଘଂଟେଶ୍ୱର ସ୍ନାତକ ମହାବିଦ୍ୟାଳୟ ର ସଂସ୍କୃତ ଅଧ୍ୟାପକ ଡ଼କ୍ଟର ରାଧାପଦ ଘୋଷ ମୁଖ୍ୟ ବକ୍ତା, ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାରକ ଶ୍ରୀଯୁକ୍ତ ସୁଧାକର ଧନୀ, ସମାଜ ସେବି ତଥା ଅଭିନେତା ଶ୍ରୀଯୁକ୍ତ ଲକ୍ଷ୍ମଣ ସାହୁ , ପ୍ରଗତି ଯୁବକ ସଂଘ ର ସମ୍ପାଦକ ଶ୍ରୀଯୁକ୍ତ ଦେବବ୍ରତ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ! ଜୀବନ ବ୍ୟାପି ସାଧନା ପାଇଁ ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭାକର ସାହୁ, ଶ୍ରୀଯୁକ୍ତ ଗୟାଧର ସାହୁ, ପାଲା ଗାୟକ ଶ୍ରୀଯୁକ୍ତ ବଟକୃଷ୍ଣ ପରିଡା , ଶ୍ରୀଯୁକ୍ତ ଅନିରୁଦ୍ଧ ପଣ୍ଡା , ବାୟକ ଶ୍ରୀଯୁକ୍ତ ଗୌରହରି ଖିଲାର , ସଂଗୀତ ଶ୍ରୀଯୁକ୍ତ ସଙ୍ଖାଳି ବାଇ ଙ୍କୁ ଜୀବନ ବ୍ୟାପି ସାଧନା ପୁରସ୍କାର ଦ୍ୱାରା ସମ୍ମାନିତ କର ଯାଇଥିଲା ! କାର୍ଯ୍ୟକ୍ରମ ଶେଷରେ ପାଲା ଗାୟିକା ଶ୍ରୀମତୀ ସସ୍ମିତା ରାଉତ ପାଲା ପରିବେଷଣ କରିଥିଲେ ! କାର୍ଯ୍ୟକ୍ରମ ରେ ଗାୟକ ଶ୍ରୀଯୁକ୍ତ ଚତୁର୍ଭୁଜା ବେହେରା , ଗାୟକ ଶ୍ରୀଯୁକ୍ତ ତ୍ରିଲୋଚନ ପଣ୍ଡା , ବାୟକ ଶ୍ରୀଯୁକ୍ତ ଜଗନ୍ନାଥ ଦାସ , ଶ୍ରୀ ଦେବକାନ୍ତ ମିଶ୍ର , ଶ୍ରୀ ଦେବଦତ୍ତ ମିଶ୍ର , ସଂଗୀତ ଶ୍ରୀ ମାର୍କଣ୍ଡ ବାରିକ ପ୍ରମୁଖ ସହଯୋଗ କରିଥିଲେ !
Comments
Post a Comment