ବିଶ୍ୱ ପରିବେଶ ଦିବସ , ସମ୍ବର୍ଧନା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ , ୫ ଜୁନ ୨୦୧୭ , ପଣ୍ଡିତ ଗୋପୀନାଥ ମିଶ୍ର ଫାଉଂଡେସନ,
ଘଂଟେଶ୍ୱର ଅଂଚଳର ଅଗ୍ରଣୀ ସ୍ବେଛାସେବୀ ଓ ସାଂସ୍କୃତିକ ସଂଗଠନ ପଣ୍ଡିତ ଗୋପୀନାଥ ମିଶ୍ର ଫାଉଂଡେସନ ଅନୁକୁଲ୍ୟରେ ବିଶ୍ୱ ପରିବେଶ ଦିବସ ଜୁନ ୫ ତାରିଖରେ ପାଳିତ ହୋଇଯାଇଛି ! ଏହି ଅବସରରେ ଘଂଟେଶ୍ୱର ଡିଗ୍ରୀ କଲେଜ ପରିସର ରେ ବୃକ୍ଷ ରୋପଣ କରା ଯାଇଥିଲା ! ଫାଉଂଡେସନ ର ବରିଷ୍ଠ ସଦସ୍ୟ ସୁଧାକର ଧନୀଙ୍କ ପୌରାହିତ୍ୟ ରେ ଏକ ସଭା ର ଆୟୋଜନ କରା ଯାଇଥିଲା ! ଓଡିଶା ବିଜ୍ଞାନ ଏକାଡେମୀ ସଦସ୍ୟ ଇଂ ଅଭୟ ସୁତାର ମୁଖ୍ୟ ଅତିଥି , ମୁଖ୍ୟ ବକ୍ତା ଭାବେ ଶିଶୁ ବିଜ୍ଞାନ ଲେଖକ ଇଂ ଅରୁଣ ପଣ୍ଡା ଯୋଗ ଦେଇଥିଲେ ! ଘଂଟେଶ୍ୱର ଡିଗ୍ରୀ କଲେଜ ର ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ଭୋଳ, ପ୍ରଗତି ଯୁବକ ସଂଘ ଦୋଳମଣ୍ଡପର ସମ୍ପାଦକ ଦେବବ୍ରତ ଦାଶ, ତ୍ରିବେଣୀ ଚାରିଟେବଲ ଟ୍ରଷ୍ଟ ର ଅଧ୍ୟକ୍ଷା ରା଼ଞ୍ଜୁଲତା ଗାହାଣ, ସିନେ କଳାକାର, ସମାଜ ସେବି ଓ ଫାଉଂଡେସନ ର ସଦସ୍ୟ ଲକ୍ଷ୍ମଣ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ! ଏହି ଅବସରରେ ଚାନ୍ଦବାଲି ବ୍ଲକ ର ଦୁଇ ଛାତ୍ର ଛାତ୍ରୀଙ୍କୁ ଫକୀର ମୋହନ ବିଶ୍ୱବିଦ୍ୟାଳୟ ରେ ସମ୍ମାନ ରେ ଶୀର୍ଷ ସ୍ଥାନ ଅଧିକାର କରିଥିବାରୁ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା ! ପଣ୍ଡିତ ଗୋପୀନାଥ ମିଶ୍ର ଫାଉଂଡେସନ ର ସଂଯୋଜକ ଦେବପ୍ରସାଦ ମିଶ୍ର ଅତିଥି ପରିଚୟ , ସ୍ୱାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ !
Comments
Post a Comment